ସଫଳତା
ହୃଦୟ ର ଅସୀମତା ତଳେ , ପ୍ରାର୍ଥନା ର ଅନ୍ତରାଳେ ... ଦୀପ୍ ଦୀପ୍ ହୋଇ ଜଳୁଥିଵା ସନ୍ତର୍ପିତ ପ୍ରାଣ ଟିଏ ତମସା ର ଅନ୍ତରୀକ୍ଷ ମଧ୍ୟରେ ଉକୁଟି ଆସୁଥିଵା ଜୀଵନ ର ଭୁରୁଭୁରୁ ଵାସ୍ନା କେଵେ ସୂର୍ଯ୍ୟ , କେଵେ ଜହ୍ନ ର ପରିଵର୍ତ୍ତିତ ପ୍ରତାରଣା ରେ ମ୍ରିୟମାଣ ଛଟପଟ ହୋଇ ଚାଲିଥିଵା ମୁକ୍ତି ସଂଗ୍ର୍ରାମ ନୀରିହତା ର ଅଦ୍ୟମ ପ୍ରେରଣା ଭରି ଦେଇଥିଲା ସ୍ନାୟୁ ତନ୍ତ୍ରୀ ରେ ଵିଜୟ ଧ୍ଵନି ର ଅଦ୍ୟମ ଝଙ୍କାର ସମ୍ଵାଭନା ର ଅଭିନଵ ଉଚ୍ଚାରଣ ଏହା ଆଶ୍ଵାସନା ନୁହେଁ , ଚିରନ୍ତନ ପ୍ରାର୍ଥନା , ନୀରଵ ଯନ୍ତ୍ରଣା ଭେଦକଲା ଆକାଶ ର ଉଦାରତା ଘନ ନୀଳ ଢେଉଢେଉକା ଵାଦଲ ର ସ୍ଵପ୍ନ ଟପଟପ ହୋଇ ଝରି ପଡିଲା , ବାଦଲ ଆଖି ର ଅଶ୍ରୁ , ସେଇ ଵୁନ୍ଦାଵୁନ୍ଦା ଅଶ୍ରୁ ରେ ସାଉଁଟା ଜୀଵନ ର ପ୍ରାର୍ଥନା , ଵାଦଲ ର ଉଷ୍ମତା , ଖଦ୍ୟୋତ ର କ୍ଷୁଦ୍ରତା , ମାଟି ଭିତରୁ ଅଙ୍କୁରି ଆସୁଥିଵା ଚଳଚଞ୍ଚିଳ ସ୍ନାୟୁ ମାନଙ୍କ , ସଫଳତା Poetry by Shalan is licensed under a Creative Commons Attribution-NonCommercial 4.0 International License .