ସଫଳତା

ହୃଦୟ ଅସୀମତା ତଳେ,
ପ୍ରାର୍ଥନା ଅନ୍ତରାଳେ...
ଦୀପ୍ ଦୀପ୍ ହୋଇ ଜଳୁଥିଵା ସନ୍ତର୍ପିତ ପ୍ରାଣ ଟିଏ
ତମସା ଅନ୍ତରୀକ୍ଷ ମଧ୍ୟରେ
ଉକୁଟି ଆସୁଥିଵା ଜୀଵନ ଭୁରୁଭୁରୁ ଵାସ୍ନା
କେଵେ ସୂର୍ଯ୍ୟ, କେଵେ ଜହ୍ନ
ପରିଵର୍ତ୍ତିତ ପ୍ରତାରଣା ରେ ମ୍ରିୟମାଣ
ଛଟପଟ ହୋଇ ଚାଲିଥିଵା ମୁକ୍ତି ସଂଗ୍ର୍ରାମ
ନୀରିହତା ଅଦ୍ୟମ ପ୍ରେରଣା
ଭରି ଦେଇଥିଲା ସ୍ନାୟୁ ତନ୍ତ୍ରୀ ରେ
ଵିଜୟ ଧ୍ଵନି ଅଦ୍ୟମ ଝଙ୍କାର
ସମ୍ଵାଭନା ଅଭିନଵ ଉଚ୍ଚାରଣ
ଏହା ଆଶ୍ଵାସନା ନୁହେଁ,
ଚିରନ୍ତନ ପ୍ରାର୍ଥନା, ନୀରଵ ଯନ୍ତ୍ରଣା
ଭେଦକଲା ଆକାଶ ଉଦାରତା
ଘନ ନୀଳ ଢେଉଢେଉକା ଵାଦଲ ସ୍ଵପ୍ନ
ଟପଟପ ହୋଇ ଝରି ପଡିଲା,
ବାଦଲ ଆଖି ଅଶ୍ରୁ,
ସେଇ ଵୁନ୍ଦାଵୁନ୍ଦା ଅଶ୍ରୁ ରେ ସାଉଁଟା
ଜୀଵନ ପ୍ରାର୍ଥନା,
ଵାଦଲ ଉଷ୍ମତା,
ଖଦ୍ୟୋତ କ୍ଷୁଦ୍ରତା,
ମାଟି ଭିତରୁ ଅଙ୍କୁରି ଆସୁଥିଵା
ଚଳଚଞ୍ଚିଳ ସ୍ନାୟୁ ମାନଙ୍କ,

ସଫଳତା




Creative Commons License

Comments

Popular posts from this blog

A beautiful date..

Glass Painting